ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ, ଓଡିଶା
ପ୍ରାଣୀଙ୍କ ଆରତା ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବ| ସହୁ
ମୋଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ପାଉ
ମାନନୀୟ ସଭାପତି ଶ୍ରୀଯୁକ୍ତ ଦିବାକର ପାତ୍ର ସମ୍ପାଦକ ଶ୍ରୀଯୁକ୍ତ ଶିବପ୍ରସାଦ ସ୍ୱାଇଁ ଓ ମାନ୍ୟବାର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୋମ୍ୟରଞ୍ଜନ ପଟନାୟକ ମହୋଦୟ , ଅନ୍ୟ ଅତିଥି ବୃନ୍ଦ ଓ ମୋର ଛୋଟ ଓ ବଡ ଭାଇ ଓ ଭଉଁଣି ମାନେ ଆଜିର ଏହି ସମାବେଶ ରେ ଯୋଗଦେଇ ଏ ସମାବେଶ କୁ ସଫଳ କରିଥିବାରୁ ମୁଁ ଆପଣ ମାନଙ୍କୁ ଅଶେଷ ଧନ୍ୟବାଦ ଜଣାଉଅଛି | ମୋତେ ଏହି ସମାବେଶ ରେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମାନେ କରୁଛି |
ଆଜିକୁ ଦୀଘ୍ର ୨ ବର୍ଷ ତଳେ ମୋର ଶିବ ବାବୁ ଙ୍କ ସହ ଦେଖା . ସେ ତାଙ୍କ ମନରେ ଗୋଟିଏ ସ୍ବପ୍ନ ଧରି ମୋ ପାଖୁକୁ ଆସିଥିଲେ | କିପରି ଆମ ଓଡ଼ିଶା ବହୁ ପୁରାତନ ଶ୍ରୀ ଶ୍ରୀ ଜଗନ୍ନାଥ ସଂକୃତି ଯାହାକି ବିଲୁପ୍ତ ହେବାକୁ ବସିଲାଣି ତାର ପ୍ରଚାର ଓ ପ୍ରସାର ହେବ , ଆମର ସମସ୍ତ ସଂଙ୍କୀର୍ତନ ଭାଇ ଓ ଭଉଣୀଙ୍କ ପରିବାର ସ୍ୱଚ୍ଛଳ ହେବ , ଓଡିଶା ରେ ତଥା ଓଡିଶା ବାହାରେ ଜଗନ୍ନାଥା ସଂସ୍କୃତି ର ପ୍ରଚାର ହେବ | ତାଙ୍କର ଏହି ନିସ୍ଵାର୍ଥ ପରା ଇଛା ଶକ୍ତି ଓ ଦୃଢ ମାନ ବଳ ପାଇଁ ଆଜି ଏହି ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ ରେ ୭ ଲକ୍ଷ ରୁ ଉଦ୍ଧ ସଂକୀର୍ତନୀଆ ଭାଇ ଓ ଭଉଣୀ ମାନେ ସଭ୍ୟ ଯୋଗ ଦେଇଛନ୍ତି |
ଏହି କାମରେ ଶ୍ରୀଯୁକ୍ତ ବିପିନି ବିହାରୀ ଦ|ଶ ଙ୍କ ଅବଦାନ ସ୍ୱାଗତ ଯୋଗ୍ୟ ତାଙ୍କରି ପ୍ରଚେଷ୍ଟା ରେ ଆଜି ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ ରେ ୭ ଲକ୍ଷ ରୁ ଉଦ୍ଧ କଳାକାର ଅଛନ୍ତି | ଆଜି ଏହି ପରିଷଦ ର ସମସ୍ତ ସମାବେଶ , ଧର୍ମସଭା ର ଭିଡ଼ିଓ କୁ ଯେ କେହି ବି ଘରେ ଥାଇ ଦେଖି ପାରିବ ଆମ ୱେବ୍ସାଇଟ , ଫଂସବୂକ ପେଜ , ଓ ଚାଁନେଲ ଜରିଆରେ . ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ ଆଉ ବିଲୁପ୍ତ ହୋଇ ନାଇଁ , ଆମର ପରବର୍ତ୍ତୀ ପିଢ଼ି ଏହି କଳା ବିଷୟରେ ଜାଣି ପାରିବ .
ଏ ସଙ୍ଗଠନ ର ମୂଳ ଉଦେଷ୍ୟ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ ପ୍ରଚାର ପ୍ରସାର ଓ ସଂକୀର୍ତନିଅ| ପରିବାରଙ୍କର ଉନ୍ନତି | ଏତିକି କହି ମୋର ବକ୍ତ୍ୟବ୍ୟ ଶେଷ କରୁଅଛି ଧନ୍ୟବାଦ |
For details visit below link
Thanks For Watching
With Best Regards From
#SradhaWebCreations
http://ssjksssvp.org/
http://sradhawebcreations.com/
http://sradhawebcreations.blogspot.in/
https://facebook.com/sradhawebcreations
http://www.youtube.com/c/sradhanjalisahooSradhaWebCreations
No comments:
Post a Comment